ଭୁବନେଶ୍ୱର,୩/୦୭: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ବାପାଙ୍କୁ ଛୁରୀରେ ଭୁସି ହତ୍ୟା କଲା ପୁଅ । ମଞ୍ଚେଶ୍ବର ଥାନା ଅଞ୍ଚଳରେ ଏହିଭାଲୁ ରୂମଟାଙ୍କୁରା ଘଟଣା ଘଟିଛି । ତେବେ ଜମି ଜମା ବିବାଦରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଥିବାବେଳେ, ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ହତ୍ୟାକାରୀ ପୁଅ ଜଣକ ଗୋଟିଏ ଲ’ କଲେଜର ପ୍ରଫେସର ଅଟନ୍ତି । ଏପରିକି ସେ ଜଣେ ଓକିଲ ବୋଲି ମଧ୍ୟ ସୂଚନା ମିଳୁଛି । ହେଲେ ଆଇନର ରକ୍ଷାକାରୀ ହେଇ, ସେ ନିଜେ ଆଇନକୁ ହାତକୁ ନେଇଛନ୍ତି । ମିଳିଥିବା ସୂଚନା ମୁତାବକ, ଭୋର ସମୟରେ ଏହି ଅଘଟଣ ଘଟିଛି । ଆଉ ସାମାନ୍ୟ ବଚସାରୁ ବାପାଙ୍କୁ ଛୁରୀ ଭୁସି ହତ୍ୟା କରିଛି ପୁଅ । ତେବେ ଛୁରୀ ଭୁସିବା ପରେ ହସ୍ପିଟାଲ ନେବା ବାଟରେ ବାପାଙ୍କ ମୃତ୍ୟୁ ହେଇଥିବା ନେଇ କୁହାଯାଉଛି ।