ବାପାକୁ ହାଣିଦେଲା ପୁଅ

ଭୁବନେଶ୍ୱର, ୧/୩: ଢେଙ୍କାନାଳ ସଦର ଥାନା ପାରିଖେଦା ଏକ ଅଭାବନୀୟ କାଣ୍ଡ ଘଟିଛି । ସେଠାରେ ବାପାକୁ ହାଣିଦେଇଛି ନିଜ ପୁଅ। ପୁଅ ଟଙ୍କା ମାଗିବା ପରେ ବାପା ଟଙ୍କା ନ ଦେବାରୁ ରାଗି ଯାଇ ବାପାକୁ ଗୁଆ କାତିରେ ହାଣିଲା ପୁଅ । ଏହାପରେ ବାପାକୁ ସ୍ଥାନୀୟ ମେଡିକାଲ ରେ ଭର୍ତି କରାଯାଇଥିଲା। କିନ୍ତୁ ପରେ ତାଙ୍କ ଅବସ୍ଥା ଗୁରୁତର ହେଇଯିବାରୁ ଚୈତନ୍ୟ ନାୟକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ପୁଅ ଲିଙ୍ଗା ନାୟକ ଘଟଣା ସ୍ଥଲରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଏହି ଘଟଣାର ଏବେ ସଦର ପୋଲିସ ତଦନ୍ତ ଜାରି ରଖିଛି।