ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୭ ମୃତ

ନୂଆଦିଲ୍ଲୀ, ୪/୭: ଫିଲିପାଇନ୍ସ ରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି।୯୨ ଜଣଙ୍କୁ ନେଇ ଯାତ୍ରା କରୁଥିଲା ସାମରିକ ବିମାନ C-130। ୯୨ ଜଣଙ୍କ ମଧ୍ୟରେ ୮୫ ସୈନିକ, ୩ ପାଇଲଟ୍‌ ଓ ୫ ବିମାନ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହାସହ ୪୦ ଜଣ ଆହତ ହୋଇଛନ୍ତି । ଆହତକ ମାନଙ୍କୁ ହସ୍ପିଟାଲ ପଠାଯାଇଛି। ସୁଲୁ ଅଞ୍ଚଳର ଜୋଲୋ ଦ୍ବୀପରେ ବିମାନ ଅବତରଣ ବେଳେ ଏହି ଦୁର୍ଘଟଣା ଘଟିଛି।