ଆସନ୍ତା ୮ରେ ସୂର୍ଯ୍ୟପରାଗ, କେଉଁଠି ଦେଖାଯିବ ଏହି ବିରଳ ମହଜାଗତିକ ଦୃଶ୍ୟ ?

ଭୁବନେଶ୍ୱର,୬/୦୪: ଆସନ୍ତା ଏପ୍ରିଲ୍ ୮ ତାରିଖରେ ସୂର୍ଯ୍ୟପରାଗ ଦେଖାଯିବ। ଏହି ମହାଜାଗତିକ ଘଟଣାଟି ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ ଓ ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ । ଭାରତୀୟ ସମୟ ରାତି ୯ଟା ୧୨ ମିନିଟରେ ସୂର୍ଯ୍ୟପରାଗ ଆରମ୍ଭ ହେଇ, ତା ପରଦିନ ଭୋର ୨ଟା ୨୨ ମିନିଟ ସମୟରେ ଶେଷ ହେବ । ସର୍ବାଧିକ ପରାଗ ରାତି ୧୧ ଟା ୪୭ ମିନିଟ ସମୟରେ ଦେଖାଯିବ।

ସୂର୍ଯ୍ୟ ପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ ଓ ସେହି ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ଦିନବେଳେ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ ।ତେବେ ଅନେକ ବର୍ଷ ପରେ ଏପ୍ରିଲ୍ ୮ ତାରିଖର ସୂର୍ଯ୍ୟପରାଗ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର ଅତ୍ୟନ୍ତ ଜନବହୁଳ ଅଞ୍ଚଳରେ ପୂର୍ଣ୍ଣପରାଗ ଦେଖାଯିବ ।