ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ବିକିଦେଲେ ଏଲନ ମସ୍କ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ?

ନୂଆଦିଲ୍ଲୀ,୨୯/୦୩:  ଏଲନ୍ ମସ୍କ କିଛି ବର୍ଷ ପୂର୍ବେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ କିଣିଥିଲେ। ଏଥିରେ ଅନେକ ପରିବର୍ତ୍ତନ କରିବା ପରେ ଏବେ ମସ୍କ ‘ଏକ୍ସ’କୁ ବିକି ଦେଇଛନ୍ତି। ‘ଏକ୍ସ’କୁ ଏଲନ୍ ମସ୍କଙ୍କ ଅନ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନି ଏକ୍ସଏଆଇ କିଣିଛି। ୩୩ ବିଲିୟନ ଡଲାରରେ ଏହି ଚୁକ୍ତି ହୋଇଛି। ଭାରତୀୟ ମୁଦ୍ରାରେ ଏହା ୨ ଲକ୍ଷ ୮୨ ହଜାର କୋଟି ଟଙ୍କାରେ ବିକ୍ରି ହୋଇଛି। ଏଲନ୍ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଏକ୍ସରେ ଏକ ପୋଷ୍ଟ ସେୟାର କରି ଏଲନ୍ ମସ୍କ ଲେଖିଛନ୍ତି ଯେ, ”ଏକ୍ସ’କୁ ଏକ୍ସଏଆଇ ନିଜର ଷ୍ଟକ୍ ବ୍ୟବହାର କରି କିଣିଛି। ଏଥିରେ ଏକ୍ସଏଆଇର ମୂଲ୍ୟ ୮୦ ବିଲିୟନ ଡଲାର ଏବଂ ଏକ୍ସର ମୂଲ୍ୟ ୩୩ ବିଲିୟନ ଡଲାର ହେବ। ଏହି ଚୁକ୍ତିରେ ୧୨ ବିଲିୟନ ଡଲାର ଋଣ ଅନ୍ତର୍ଭୁକ୍ତ ହେବା ସହିତ ‘ଏକ୍ସ’ର ମୋଟ ମୂଲ୍ୟ ହେଉଛି ୪୫ ବିଲିୟନ ଡଲାର।”

Leave a Reply

Your email address will not be published. Required fields are marked *