ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ସର୍ତକ କରାଇଲା ଦିଲ୍ଲୀ ପୁଲିସ ଓ ଏଫବିଆଇ, ଜାଣନ୍ତୁ କଣ ରହିଛି ସେହି ସର୍କୁଲାର

ନୂଆଦିଲ୍ଲୀ,୩/୧୧: ବୃଦ୍ଧି ପାଉଛି ସାଇବର ଅପରାଧ, ନ୍ୟୁଡ କଲ । ଆଉ ସେହି ଫାଶରେ ପଡୁଛନ୍ତି ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ନେତାମନ୍ତ୍ରୀ । ନୂଆଦିଲ୍ଲୀ ପୋଲିସ ଓ ଏଫିବିଆଇ ପକ୍ଷରୁ ସେକ୍ସଟର୍ସନକୁ ନେଇ ଜାରି ହେଲା ସର୍କୁଲାର । ହାଇପ୍ରୋଫାଇଲ ଚେହେରାଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଅପରାଧି । ଏପରିକି ସାଧାରଣ ଜନତା ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି। ଏଭଳି ସ୍ଥିତିରେ ଅଧିକ ସଚେତନ ରହିବାକୁ ପରାମର୍ଶ ଦେଇଛି ଦିଲ୍ଲୀ ପୋଲିସ । ନିଜର ସୋସିଆଲ ମିଡିଆ ଆକାଉଂଟକୁ ଗୋପନୀୟ ରଖିବା ସହିତ ପାସୱାର୍ଡ ମାଧ୍ୟମରେ ସୁରକ୍ଷିତ ରଖିବାକୁ ଜାରି ସର୍କୁଲାରରେ କୁହାଯାଇଛି । ନିଜର ଅନ୍ତରଙ୍ଗ ମୂହୁର୍ତର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ ନକରିବାକୁ ଏବଂ ବ୍ୟକ୍ତିଗତ ସୂଚନାର ପ୍ରଦର୍ଶନକୁ ସୀମିତ ରଖିବାକୁ ପରାମର୍ଶ ଦିଆଯାଇଛି । କେବଳ ଦିଲ୍ଲୀ ପୋଲିସ ନୁହେଁ ଏଫବିଆଇ ମଧ୍ୟ ସେକ୍ସଟର୍ସନକୁ ନେଇ ସର୍କୁଲାର ଜାରି କରିଛି ।