୬ ଘଣ୍ଟା ପରେ ସ୍ୱାଭାବିକ ହେଲା ସୋସିଆଲ ମିଡ଼ିଆ

ଭୁବନେଶ୍ୱର,୫/୧୦: ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରିଲା ଫେସବୁକ୍ , ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ । ପ୍ରାୟ ୬ ଘଣ୍ଟା ପାଇଁ ଏହା ଡାଉନ୍ ରହିବା ପରେ ଗୋଟିକ ପରେ ଗୋଟିଏ ସେବା ପୁଣି ଆରମ୍ଭ ହୋଇଯାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଟେକନିକାଲ ସମସ୍ୟାଜନିତ କାରଣରୁ ପାଖାପାଖି ୬ ଘଣ୍ଟା ପର୍ଯ୍ୟନ୍ତ ଡାଉନ୍ ରହିବା ପରେ ଆଂଶିକ ରୂପେ କାମ କରିଥିଲା । ସୂଚନାଯୋଗ୍ୟ ଯେ ଭାରତରେ ଗତ ରାତି ପ୍ରାୟ ୮ଟା ୪୫ ପରଠାରୁ ଫେସବୁକ୍ , ଇନଷ୍ଟାଗ୍ରାମ, ହ୍ୱାଟସଆପ୍ ସେବା ଅସ୍ଥାୟୀ ଭାବେ ବନ୍ଦ ରହିଥିଲା । ଫଳରେ ବ୍ୟବହାରକାରି ଙ୍କ ଚିନ୍ତା ବଢ଼ିଯାଇଥିଲା । କେହି କେହି ମୋବାଇଲ ନେଟୱାର୍କ ସମସ୍ୟା ଭାବୁଥିବା ବେଳେ ଆଉ କିଛି ମୋବାଇଲର ଯାନ୍ତ୍ରିକ ତ୍ରୁଟି ବୋଲି ସନ୍ଦେହ କରୁଥିଲେ ।