ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନ ଯାତ୍ରା

ପୁରୀ,୧୯/୫: ଭକ୍ତଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକ ପରେ ଏହି ସୂଚନା ଦିଆଯାଇଛି। ଭକ୍ତମାନେ ପୂର୍ବଭଳି ସ୍ନାନବେଦୀ ତଳ ରାସ୍ତା ଦେଇ ପ୍ରଦିକ୍ଷଣ କରିବା ସହ ହାତୀବେଶକୁ ସ୍ନାନବେଦୀ ଉପରେ ଚଢ଼ି ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରାଯିବ। କିନ୍ତୁ ଶ୍ରୀବିଗ୍ରହମନଙ୍କୁ ସ୍ପର୍ଶ କରି ପାରିବେ ନାହିଁ ଭକ୍ତ। ସେହିଭଳି କୋଭିଡ କଟକଣା ନ ଥିଲେ ଭକ୍ତଙ୍କ ଗହଣରେ ରଥଯାତ୍ରା ନେଇ ଚିନ୍ତା କରାଯାଉ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତି। ତେବେ ଏଥିପାଇଁ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଭକ୍ତ ଯେପରି ଅଧିକ ସମୟ ମହାପ୍ରଭୁଙ୍କୁ ସ୍ନାନବେଦୀରେ ଦର୍ଶନ କରିପାରିବେ ସେଥିପାଇଁ ନୀତିନିଘଣ୍ଟକୁ ସୁରୁଖୁରରେ କରାଯିବ ବୋଲି ଆଲୋଚନା ହୋଇଛି ।