ଦେବଗଡରେ BSKY ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯/୧୦ : ଆଜି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଦେବଗଡ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂତନ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏଥି ସହିତ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାର ୭୮ ହଜାର ୬ ଶହ ୧୫ ଜଣ ଗରିବ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ । ଜିଲ୍ଲା ଇଣ୍ଡୋର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତିନିଟି ବ୍ଲକର ୭୦ଟି ପଞ୍ଚାୟତରେ କାର୍ଡ ବଣ୍ଟନ କରାଯିବ । ବାରକୋଟ ବ୍ଲକର ୨୪ ପଞ୍ଚାୟତରେ ୨୮ହଜାର ୬୯ ଜଣ ହିତାଧିକାରୀଙ୍କୁ ଦିଆଯିବ ଏହି କାର୍ଡ । ସେହିପରି ରିଆମାଳ ବ୍ଲକର ୨୬ଟି ପଞ୍ଚାୟତରେ ୨୭ ହାଜର ୧୭୫ ଓ ତିଳେଇବଣି ବ୍ଲକର ୨୦ଟି ପଞ୍ଚାୟତରେ ୧୯ ହଜାର ୮୬୨ କାର୍ଡ ପ୍ରଦାନ କରାଯିବ । ସେହିପରି ଦେବଗଡ଼ ପୌରପରିଷଦରେ ୩ହଜାର ୫୦୯ ଜଣ ହିତାଧିକାରୀଙ୍କୁ ମଧ୍ୟ କାର୍ଡ ଦିଆଯିବ ।