ପାଟଣାଗଡ଼ରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨/୯: ଆଜି ବଲାଙ୍ଗୀର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଲାଙ୍ଗିର ସ୍ଥିତ ପାଟଣାଗଡ଼ରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ୯୬ ଲକ୍ଷ NFSA ଓ SFSA ପରିବାର ସ୍ମାର୍ଟକାର୍ଡର ସୁବିଧା ପାଇବେ। ଏହି ଜିଲ୍ଲାର ୪.୫୪ ଲକ୍ଷ ପରିବାର ଦେଶର ୨୦୦ ହସ୍ପିଟାଲରେ ସୁବିଧା ପାଇବେ ବୋଲି ସେ କହିିଛନ୍ତି। ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ନୂଆ ମାଇଲ୍‌ଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

ଏହାସହ ହରିଶଙ୍କର ପୀଠରେ ଭକ୍ତଙ୍କ ସୁବିଧା ପାଇଁ ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ ଅଭିଭାଷଣ ଦେଇ କହିଛନ୍ତି ଯେ ହରିଶଙ୍କର ପୀଠ ରାଜ୍ୟର ଏକ ପ୍ରମୁଖ ଶୈବପୀଠ ତେଣୁ ଏହାର ବିକାଶ ପାଇଁ ବହୁ ପ୍ରକଳ୍ପ ହାତକୁ ନିଆଯାଇଛି।