ଡୋଡାରେ ଯୋଶୀମଠ ପରି ସ୍ଥିତି, ଘରେ ସୃଷ୍ଟି ହେଲାଫାଟ

ନୂଆଦିଲ୍ଲୀ,୪/୨: ଜମ୍ମୁକଶ୍ମୀର ଡୋଡାରେ ଯୋଶୀମଠ ପରି ସ୍ଥିତି ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ୨୦ରୁ ଅଧିକ ଘରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି । ଏହାପରେ ସ୍ଥାନୀୟ ପ୍ରଶାସନ ୩୦୦ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛି । ଆଜି ସକାଳୁ ଜିଲ୍ଲା ପ୍ରଶାସନ ଓ ଜିଏସଆଇ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସମୀକ୍ଷା କରୁଛନ୍ତି । ତେବେ ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ ସ୍ଥିତିର ସମୀକ୍ଷା କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । ଏବେ ସ୍ଥାନୀୟ ଅଞ୍ଚଳର ଘରେ ଦେଖାଦେଇଥିବା ବଡ଼ ବଡ଼ ଫାଟ ଯୋଗୁଁ ଲୋକେ ଆଶଙ୍କା ଭିତରେ ରହିଛନ୍ତି ।