ବରିଷ୍ଠ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ

ନୂଆଦିଲ୍ଲୀ,୧୨/୦୮: ବରିଷ୍ଠ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ବିଗତ କିଛି ଦିନ ହେଲା ସେ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଏମ୍ସରେ ଭର୍ତ୍ତି ହୋଇଥିଲେ ।

ସୀତାରାମ ୟେଚୁରୀଙ୍କ ବିୟୋଗରେ ବିଜେପି, କଂଗ୍ରେସ ସମେତ ଅନେକ ଦଳର ନେତାଶୋକ ପ୍ରକାଶ କରିଛନ୍ତି। ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇଛନ୍ତି ।

୧୯୯୨ରୁ ସେ ସିପିଆଇ ପଲିଟିବ୍ୟୁରୋର ସଦସ୍ୟ ରହିଥିଲେ । ୟେଚୁରୀ ରାଜ୍ୟସଭା ସାଂସଦ ଥିବା ବେଳେ ୨୦୧୬ରେ ଶ୍ରେଷ୍ଠ ସାଂସଦ ପୁରସ୍କାର ପାଇଥିଲେ। ୟେଚୁରୀ ୧୯୭୪ମସିହାରେ ଷ୍ଟୁଡେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *