ସିରିୟା ଉପରେ ଇସ୍ରାଏଲର ଅତର୍କିତ କ୍ଷେପଣାସ୍ତ୍ର ମାଡ଼, ୧୬ ମୃତ

ଭୁବନେଶ୍ୱର, ୧୦/୦୯: ସିରିୟା ଉପରେ ଇସ୍ରାଏଲ୍ ଅତର୍କିତ କ୍ଷେପଣାସ୍ତ୍ର ମାଡ଼ କରିଛି। ଫଳରେ ୱାଦି ଅଲ୍‌ ଉୟୁନ୍‌ ରାଜପଥ ସହ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି। ଏଥିରେ ୧୬ଜଣଙ୍କ ମୃତ୍ୟୁ ଘଟଥିବା ବେଳେ ୩୬ ଆହତ ହୋଇଛନ୍ତି। ସୂଚନାନୁସାରେ, ସିରିୟାର ତାରଟୋସ୍‌ ଓ ହାମା ରାଜ୍ୟରେ କ୍ଷେପଣାସ୍ତ୍ର ଓ ଯୁଦ୍ଧବିମାନ ଦ୍ବାରା ଆକ୍ରମଣ ହୋଇଥିଲା। ଏଥିରେ ସ୍ଥାନୀୟ ଜନବସତିର ଅନେକ ଘର ଭାଙ୍ଗିଯାଇଛି। ୧୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ବୋଲି ହାମାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା ମାହେର ଅଲ୍‌ ୟୁନେସ୍‌ କହିଛନ୍ତି।

ସୂଚନାଯୋଗ୍ୟ ଇସ୍ରାଏଲ-ହମାସ ଯୁଦ୍ଧରେ ହିଜବୁଲ୍ଲା ହମାସକୁ ସମର୍ଥନ ଦେଇଛି। ଏହି କାରଣରୁ ୨୦୨୩ ଅକ୍ଟୋବର ୭ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ହମ୍‌ଲା ପରଠାରୁ ଆଇଡିଏଫ୍‌ ନିଜର ପ୍ରତିଆକ୍ରମଣ ରଣନୀତିରେ ସିରିୟାର ହିଜବୁଲ୍ଲା ଆଡ୍ଡା ଉପରେ ନିୟମିତ ବ୍ୟବଧାନରେ ଆକ୍ରମଣ କରିଆସୁଛି।

Leave a Reply

Your email address will not be published. Required fields are marked *