ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ

ଭୁବନେଶ୍ୱର, ୩/୧୧:ଲଭ୍-ସେକ୍ସ-ଧୋକା ଅଭିଯୋଗରେ ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ ହୋଇଛନ୍ତି।  ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁର୍ଷ୍ମମ, ଗର୍ଭପାତ ନଷ୍ଟ ଓ ଟଙ୍କା ଲୁଟିବା ପରି ଅଭିଯୋଗ ରହିଛି । ତାଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି । ଜାମିନ୍ ନାମାଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଦେବେଶଙ୍କ ବିରୋଧରେ ବାରମ୍ବାର ଦୁଷ୍କର୍ମ, ଠକେଇ, ବିନା ସହମତିରେ ଗର୍ଭପାତ, ଅଶ୍ଳୀଳ ଭାଷାରେ ଗାଳି, ଅପରାଧିକ ଭୟ ପ୍ରଦର୍ଶନ ପରି ମାମଲା ରୁଜୁ ହୋଇଛି ।ଦେବେଶଙ୍କ ଘର ଯାଜପୁରରେ । ଭୁବନେଶ୍ୱର ନୟାପଲ୍ଲୀ ଅଂଚଳରେ ରହୁଥିବା ଭଦ୍ରକ ଅଂଚଳର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ହୋଇଥିଲା ।