ସିମକାର୍ଡ ବିକ୍ରି ପାଇଁ ଡିଲରଙ୍କୁ ପୋଲିସ୍ ଭେରିଫିକେସନ କରିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୮/୦୮: ସାଇବର ଅପରାଧକୁ ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ଟେଲିକମ ସଂସ୍କାର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଦେଶରେ ୫୨ ଲକ୍ଷ ସିମକାର୍ଡକୁ ଅଚଳ କରାଯାଇଛି । ବେଆଇନ୍ ଭାବେ କନେକ୍ସନ ହୋଇଥବା ଏହି ସିମକାର୍ଡ ଗୁଡିକୁ ଅକାମୀ କରିଦିଆଯାଇଛି । ସେହିପିର ୬୭ ହଜାର ଡିଲରଙ୍କୁ ଚିହ୍ନଟ କରାଯାଇ କଳା ତାଲିକା ଭୁକ୍ତ କରାଯାଇଛି ।କାଗଜପତ୍ର ଜାଲିଆତି କରି ସିମ୍ କାର୍ଡ ବିକ୍ରି କରୁଥିଲେ । ସରକାରଙ୍କ ତରଫରୁ ସିମକାର୍ଡ ଜାରି କରିବା ପାଇଁ ନୂଆ ନିଷ୍ପତ୍ତି ନିଆଯାଇଛି । ସିମକାର୍ଡ ବିକ୍ରି ପାଇଁ ଡିଲରଙ୍କୁ ପୋଲିସ୍ ଭେରିଫିକେସନ କରିବା ବାଧ୍ୟତାମୂଳକ କରାଯାଇଛି ।