କୁଇଣ୍ଟାଲ ରୁପା ଇଟା ଓ ୧୦ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର,୨୨/୯:  ରାଜ୍ୟରେ ଏବେ ଅପରାଧ ବଢିବାରେ ଲାଗିଛି। ଗଞ୍ଜେଇ ରେଡ୍ ବେଳେ ଧରାପଡ଼ିଲା ବିପୁଳ ରୁପା ଇଟା ଜବତ ହୋଇଛି। ଟାଙ୍ଗି ଟୋଲ୍‌ଗେଟ୍‌ରେ ଯାଞ୍ଚ ବେଳେ ଧରିଛନ୍ତି ଅବକାରୀ ସ୍କ୍ୱାଡ୍। ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ରୁପା ଇଟା ସହ ବହୁ ଚାନ୍ଦି ଅଳଙ୍କାର ମଧ୍ୟ ଜବତ ହୋଇଛି। ଏହାସହ ଗାଡ଼ିରୁ ୧୦ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଥିବା ସୂଚନା ରହିିଛି। ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାର୍‌ରେ ଚାଲାଣ ହେଉଥିଲା। ଏହା ଆସିକାରୁ ଖଡ଼ଗପୁର ଚାଲାଣ ହେଉଥିଲା। ଏହି ମାମଲାରେ ୨ ଜଣ ଅଟକ ରହିିଛନ୍ତି।