କଟକ ରୂପା ତାରକସିକୁ ମିଳିଲା ଜିଆଇ ମାନ୍ୟତା

ଭୁବନେଶ୍ୱର, ୦୩/୦୩: କଟକ ରୂପା ତାରକସିକୁ ମିଳିଛି ଜିଆଇ ମାନ୍ୟତା । କେନ୍ଦ୍ର ସରକାରଙ୍କ ଜିଓଲୋଜିକାଲ ଇଣ୍ଡିକେସନ ପକ୍ଷରୁ ଏହାକୁ ମଞ୍ଜୁର କରାଯାଇଛି । ଖୁବଶୀଘ୍ର ଏହାର ପ୍ରମାଣପତ୍ର ପ୍ରଦାନ କରାଯିବ । ଏନେଇ ଏକ୍ସରେ କାରିଗର ଓ ଜିଲ୍ଲା ପ୍ରଶାସନକୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ରାଜ୍ୟ ପାଇଁ ଗୌରବର ବିଷୟ ହୋଇଥିବା ବେଳେ ଶତାଦ୍ଦୀ ପୁରୁଣା ଏହି ହସ୍ତକଳା କେବଳ କଟକକୁ ନୁହେଁ ଓଡ଼ିଶାକୁ ସାରା ରାଜ୍ୟରେ ପରିଚିତ କରାଇଥିବା କହିଛନ୍ତିି । ଅନ୍ୟପଟେ ରୂପା ତାରକସିକୁ ଜିଆଇ ମାନ୍ୟତା ପରେ ଖୁସି ପ୍ରକାଶ କରିଛନ୍ତି କଟକ ସହରବାସୀ ।