ସିକ୍କିମରେ ହିମସ୍ଖଳନ, ୬ ମୃତ

ନୂଆଦିଲ୍ଲୀ,୪/୪: ଆଜି ସିକ୍କିମରେ ହୋଇଥିବା ହିମସ୍ଖଳନ କାରଣରୁ ୬ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧୫୦ରୁ ଅଧିକ ପର୍ଯ୍ୟଟକ ବରଫ ଝଡରେ ଫଶି ରହିଥିବା ବେଳେ ୮୦ ରୁ ଅଧିକ ପର୍ଯ୍ୟଟକ ବରଫ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ସୂଚନା ମୁତାବକ ୧୫ମାଇଲ ଜେଏନ ରୋଡ ନିକଟରେ ଏଭଳି ସମୟରେ ବରଫ ସ୍ଖଳନ ହୋଇଛି ଯେତେବେଳେ କି ବହୁ ସଂଖ୍ୟାର ପର୍ଯ୍ୟଟକ ସେଠି ଉପସ୍ଥିତ ଥିଲେ । ୮୦ରୁ ଅଧିକ ପର୍ଯ୍ୟଟକ ଏବେ ବରଫ ତଳେ ଫଶି ରହିଥିବା ଅନୁମାନ କରାଯାଉଛି । ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ୩୦ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ସେମାନଙ୍କୁ ତୁରନ୍ତ ମେଡିକାଲକୁ ପଠାଯାଇଛି ।