ସିଦ୍ଧୁ ହେଲେ ପଞ୍ଜାବ କଂଗ୍ରେସ ସଭାପତି

ନୂଆଦିଲ୍ଲୀ, ୧୮/୭: ନବଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ହୋଇଛନ୍ତି । ତାଙ୍କ ସହ ୪ ଜଣ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ସଂଗତ ସିଂହ ଗିଲଜୈନ, ସୁଖବିନ୍ଦର ସିଂହ ଦାନି, ପବନ ଗୋଏଲ, କୁଲଜିତ ସିଂହ ନାଗର ପଞ୍ଜାବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି।