ସାମିଲ ସିଦ୍ଦରମୈୟାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ, ସାମିଲ ହେଲେ ୨୪ ବିଧାୟକ

ନୂଆଦିଲ୍ଲୀ,୨୭/୦୫: କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ଆଜି ଆଉ ୨୪ ବିଧାୟକ ସାମିଲ ହୋଇଛନ୍ତି। ଆଜି ରାଜ୍ୟପାଳ ଥୱରଚାନ୍ଦ ଗେହଲଟ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। କର୍ଣ୍ଣାଟକା ମନ୍ତ୍ରିମଣ୍ଡଳରେ ମୋଟ ୩୪ ଜଣ ସଦସ୍ୟ ରହିପାରିବେ। ମେ’ ୨୦ରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମିଶାଇ ୧୦ ଜଣ ଶପଥ ନେଇଥିଲେ। ଆଜି ଆଉ ୨୪ ଜଣ ଶପଥ ନେଇଛନ୍ତି।

ବିଧାୟକ ଏଚକେ ପାଟିଲ, କ୍ରିଷ୍ଣା ବି, ଏନ ଚେଲୁଭାରାୟସ୍ୱାମୀ, କେ ଭେଙ୍କଟେଶ, ଏଚସି ମହାଦେବାପ୍ପା, କଂଗ୍ରେସର କାର୍ଯ୍ୟକାରୀ ସଭାପତି ଈଶ୍ୱର ଖାନ୍ଦେର ଓ କଂଗ୍ରେସର ପୂର୍ବତନ ସଭାପତି ଦୀନେଶ ଗୁଣ୍ଡୁ ରାଓ ମନ୍ତ୍ରୀ ହୋଇଛନ୍ତି। ଏମାନଙ୍କ ବ୍ୟତୀତ କେ ଏନ ରାଜାନ୍ନା, ଏସ୍‌ ଦର୍ଶପୁର, ଶିବାନନ୍ଦ ପାଟିଲ, ରାମାପ୍ପା ବାଲାପ୍ପା ତିମ୍ମାପୁର, ଏସଏସ୍ ମଲ୍ଲିକାର୍ଜୁନ, ଶିବରାଜ ସାଙ୍ଗାପ୍ପା, ଶର୍ଣ୍ଣପ୍ରକାଶ ରୁଦ୍ରାପ୍ପା ପାଟିଲ, ମଙ୍କଲ ବୈଦ୍ୟ, ଲକ୍ଷ୍ମୀ ହେବ୍ବାଲକର, ରହିମ ଖାନ, ଡି ସୁଧାକର, ସନ୍ତୋଷ ଲାଡ, ଏନଏସ୍‌ ବୋସେରାଜୁ, ସୁରେଶ ବିଏସ୍‌, ମଧୁ ବାଙ୍ଗାରପ୍ପା, ଏମସି ସୁଧାକର ଓ ବି ନଗେନ୍ଦ୍ର ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି।