ବିଜେଡି ଗଡରେ ବିଜୟୀ ହେଲା ବିଜେପି, ଦିଗପହଣ୍ଡିରେ ସିଦ୍ଧାନ୍ତ ମହାପାତ୍ରଙ୍କ ବିଜୟୀ

ଭୁବନେଶ୍ୱର,୪/୦୬:  ଦିଗପହଣ୍ଡିରେ ଦମ୍ ଦେଖାଇଲା ବିଜେପି ।  ବିଜେଡିର ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ ହରାଇ ବିଜୟୀ ହେଲେ ସିଦ୍ଧାନ୍ତ ମହାପାତ୍ର । ତେବେ ବିଜେଡିର ଗଡ ହିସାବରେ ଦିଗପହଣ୍ଡିକୁ ଗଣାହୁଏ । ୨୦୦୯ରୁ ଲଗାତାର ଭାବେ ବିଜେଡି ସେଠି ବିଜୟୀ ହେଉଥିବା ବେଳେ ବିଜେପି ଏଥର ବାଜିମାତ୍ କରିଛି । ସୂର୍ଯ୍ୟ ପାତ୍ର ବିଜେଡିରୁ ୩ ଥର ବିଧାୟକ ହୋଇଥିବା ବେଳେ ଏଥର ତାଙ୍କ ପୁଅକୁ ଟିକେଟ୍ ଦେଇଥିଲା ଦଳ । ଆଉ ବିଜେଡି ଛାଡି ବିଜେପି ଯାଇଥିବା ସିଦ୍ଧାନ୍ତ ଦିଗପହଣ୍ଡିରେ ବିଜୟୀ ଲାଭ କରିଛନ୍ତି ।