ଆଜି ବର୍ଷର ସବୁଠାରୁ ଛୋଟ ଦିନ

ଭୁବନେଶ୍ୱର, ୨୨/୧୨: ଆଉ ଦୁଇ ଦିନ ପରେ ବଡ଼ଦିନ ଆସିବ।  ବଡ଼ଦିନ ପୂର୍ବରୁ ଆଜି ବର୍ଷର ସବୁଠାରୁ ଛୋଟ ଦିନ ଆସିଛି। ତେଣୁ ସୂର୍ଯ୍ୟଙ୍କ ଅବସ୍ଥିତି କମ୍‌ ରହିଛି। ଛୋଟ ଦିନ ସଂପର୍କରେ ଭୁବନେଶ୍ବରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଡିସେମ୍ବର ୨୨ ଓ ୨୩ ତାରିଖରେ ଓଡ଼ିଶାର ସୁନ୍ଦରଗଡ ଓ ମାଲକାନଗିରି ଠାରେ ଦିନର ଲମ୍ବ ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୪୭ ମିନିଟି ଓ ୧୧ ଘଣ୍ଟା ୦୧ ମିନିଟି ହେବ। ଭୂବନେଶ୍ବର ଠାରେ ଦିନର ଲମ୍ବା ମାତ୍ର ୧୦ ଘଣ୍ଟା ୫୪ ମିନିଟି ରହିବ। ଡିସେମ୍ବର ୨୨ ଓ ୨୩ ତାରିଖରେ ଦିଲ୍ଲୀ ଓ କନ୍ୟାକୁମାରୀ ଠାରେ ଦିନର ଲମ୍ବା ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୧୯ ମିନିଟି ଓ ୧୧ ଘଣ୍ଟା ୩୯ ମିନିଟି ହେବ ବୋଲି ସୂଚନା ରହିଛି।