୧୦ ଜିଲ୍ଲାରେ ଦୋକାନ ଖୋଲିବା ସମୟରେ ପରିବର୍ତ୍ତନ

ଭୁବନେଶ୍ୱର, ୨୪/୫: ରାଜ୍ୟରେ କରୋନ ସଂକ୍ରମଣ ରୋକିବା ନେଇ ଲକଡାଉନ କରାଯାଇଛି। ଲକଡାଉନ ସମୟରେ ବହୁତୁ କିଛି କଟକଣା ଜାରି କରାଯାଇଥିଲା। ସେହିପରି ଆଜି ୧୦ଟି ଜିଲ୍ଲାରେ ଦୋକାନ ଖୋଲିବା ସମୟରେ ପରିବର୍ତ୍ତନ କରଯାଇଛି। ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଦୋକାନ ଖୋଲିବାକୁ ଅନୁମତି ମିିଳିଛି। ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ୨ଦିନ ପାଇଁ କଟକଣା କୋହଳ କରାଯାଇଛି। ଆଜି ଓ କାଲି ପାଇଁ ସକାଳ ୭ରୁ ଦିନ ଗୋଟାଏ ଯାଏଁ ଲୋକମାନେ କିଣାକିଣି କରିପାରିବେ । ୧୦ ଜିଲ୍ଲା ଗୁଡିକ ହେଉଛି  ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।