ଗଞ୍ଜାମରେ ଟିକା ନେଇ ନଥିଲେ ଖୋଲି ପାରିବେନି ଦୋକାନ

ଭୁବନେଶ୍ୱର, ୨୨/୬: ରାଜ୍ୟରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ ଗଂଜାମ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଗଞ୍ଜାମ ଜିଲ୍ଲାପାଳ ନୂଆ ନିୟମ କରିଛନ୍ତି। ଯେଉଁମାନେ ଟିକା ନେଇ ନଥିବେ ସେମାନେ ଦୋକାନ ଖୋଲି ପାରିବେନି। ଗଞ୍ଜାମରେ ଦୋକାନୀ ଟିକା ନେବା ସହ ଦୋକାନ କର୍ମଚାରୀ ଟିକା ନେବା  ବାଧ୍ୟତାମୂଳକ କରାଯାଇଛି। ଏହାସହ ଦୋକାନ ଆଗରେ  ଟିକା ନେବା ପ୍ରମାଣପତ୍ର ଲଗାଇବେ।