ମା ସାଜିଲା ରାକ୍ଷସୀ, ନିଜ ଛୁଆକୁ ତଣ୍ଟି ଚିପି ମାରିଦେଲା..

ଭୁବନେଶ୍ୱର,୧୬/୧: ମା ସାଜିଲା ରାକ୍ଷସୀ । ନିଜ ଛୁଆକୁ ମାରି ଆତ୍ମହତ୍ୟା କଲା ମାଆ । କଟକ ଶ୍ରୀରାମ ନଗର ଅଞ୍ଚଳରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ନିଜ ୩ ବର୍ଷର ଛୁଆକୁ ତଣ୍ଟି ଚିପି ମାରିଦେବା ପରେ ମା ବେକରେ ଶାଢ଼ୀ ଦେଇ ଝୁଲିପଡିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଘଟଣା ପଛର କାରଣ ଜଣାପଡିନାହିଁ । ମିଳିଥିବା ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିଥିବା ମହିଳା ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ସ୍ତ୍ରୀ ବୋଲି ଜଣାପଡିଛି ।