ନୂଆଦିଲ୍ଲୀ,୨୦/୦୯: ବିବାହ ବନ୍ଧନରେ ବାନ୍ଧି ହେବେ କେନ୍ଦ୍ରମନ୍ତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବଡ ପୁଅ କାର୍ତ୍ତିକେୟ। କାର୍ତ୍ତିକେୟ ଦେଶର ପ୍ରସିଦ୍ଧ ଲିବର୍ଟି ଜୋତା କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୁପମ ବଂସାଲଙ୍କ ଝିଅଙ୍କୁ ବିବାହ କରିବେ। ସେମାନଙ୍କର ନିର୍ବନ୍ଧ ଶେଷ ହୋଇଛି।
ସେପ୍ଟେମ୍ବର ମାସରେ ଏସମ୍ପର୍କ ବିଷୟରେ ଶିବରାଜ ସୂଚନା ଦେଇଥିଲେ। ଶିବରାଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହି ସମୟରେ ଶିବରାଜଙ୍କ ପତ୍ନୀ ସାଧନା ଏବଂ ଉଭୟ ପୁଅ କାର୍ତ୍ତିକେୟ ଏବଂ କୁନାଲ ଉପସ୍ଥିତ ଥିଲେ। ବଡ଼ପୁଅର ନିର୍ବନ୍ଧ ହେବାର ଗୋଟିଏ ଦିନ ପୂର୍ବରୁ ଶିବରାଜ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉଭୟ ପୁଅଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ।
ଶିବରାଜଙ୍କ ସାନପୁଅ କୁନାଲ ସିଂ ଭୋପାଳରେ ଡାକ୍ତର ଇନ୍ଦ୍ରମଲ ଜୈନଙ୍କ ନାତୁଣୀ ରିଦ୍ଧି ଜୈନଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା। ଏବେ ବଡ଼ ପୁଅର ନିର୍ବନ୍ଧ ଶେଷ ହୋଇଛି। କିଛି ଦିନ ପରେ ଉଭୟ ପୁଅଙ୍କର ବିବାହ ହେବ।