ସେୟାର ବଜାରକୁ ଦୋହଲାଇ ଦେଲା ଆମେରିକା ରାଷ୍ଟ୍ରପତିଙ୍କ ଏହି କଥା

ନୂଆଦିଲ୍ଲୀ,୧୯/୦୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ  ଏବେ ଭାରତୀୟ ସେୟାର ବଜାରକୁ ବି ଦୋହଲାଇ ଦେଇଛି । ପୁଣିଥରେ ଟ୍ରମ୍ପ ତିନୋଟି ବଡ ସେକ୍ଟରକୁ ଧମକ ଦେଇଛନ୍ତି । ଅଟୋମୋବାଇଲ, ସେମିକଣ୍ଡକ୍ଟର ଓ ଫାର୍ମ ସେକ୍ଟର ଉପରେ ୨୫ ପ୍ରତିଶତ ଆମଦାନୀ କର ଲଗାଇବାକୁ ଧମକ ଦେଇଛନ୍ତି । ହେଲେ ଏହି ଟାରିଫ୍ କେଉଁ କେଉଁ ଦେଶ ଉପରେ ଲାଗିବ ତାହା ଟ୍ରମ୍ପ ସ୍ପଷ୍ଟ କରିନାହାଁନ୍ତି । ମାତ୍ର ଏହାର ପ୍ରଭାବ ଏବେ ଭାରତୀୟ ବଜାର ଉପରେ ପଡିଛି । ଏହି ଧମକ ପରେ ଭାରତୀୟ ସେୟାର ବଜାରରେ ଫାର୍ମା ସେକ୍ଟରର ସେୟାର ମୂଲ୍ୟ ଆଶାତୀତ ଭାବେ ହ୍ରାସ ପାଇଛି । ଏହି କ୍ରମରେ ଡ.ରେଡ୍ଡି’ ଏବଂ ଜାଇଡସ ଭଳି କମ୍ପାନୀ ପ୍ରଭାବିତ ହୋଇଛି ।

ଡୋନାଲ୍ଡ ଟ୍ରମ୍ପ ଏବେ ଏବେ ଅଟୋ, ସେମିକଣ୍ଡକ୍ଟର ଓ ଫାର୍ମା ଉତ୍ପାଦ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଯିବା ନେଇ କହିଥିଲେ । ଏହା ପୂର୍ବରୁ ମଧ୍ୟ ଆମେରିକା ରାଷ୍ଟ୍ରପତି ଷ୍ଟିଲ ଓ ଆଲୁମିନିୟମ ଆମଦାନୀ ଉପରେ ଅତିରିକ୍ତ ଟାରିଫ୍ ଘୋଷଣା କରିସାରିଛନ୍ତି । ଏହା ମାର୍ଚ୍ଚ ୨୦୨୫ ରୁ ଲାଗୁ ହୋଇପାରେ ।

Leave a Reply

Your email address will not be published. Required fields are marked *