ରାଜ୍ୟ ସରକାରଙ୍କୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ

ପୁରୀ, ୧୬/୧୧: ରାଜ୍ୟ ସରକାରଙ୍କୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି। ସେବାୟତଙ୍କ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ସରକାର ଧ୍ୟାନ ଦେବା ପାଇଁ କହିଛନ୍ତି । ଉଚିତ ଯୋଜନା ପ୍ରସ୍ତୁତ କରି ସେବକ ପରିବାରର ଜୀବନ ରକ୍ଷା କରନ୍ତୁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ସେହିପରି ଅନ୍ୟପଟେ ସେବାୟତଙ୍କ ଜୀବିକା ନେଇ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ କରୋନା ଯୋଗୁଁ ଶ୍ରୀମନ୍ଦିର ଓ ଅନ୍ୟ ମନ୍ଦିରର ସେବକ ଜୀବିକା ହରାଇଛନ୍ତି । ସେମାନଙ୍କ ପାଖରେ ପୂଜାର୍ଚ୍ଚନା ଛଡ଼ା ବିକଳ୍ପ ପନ୍ଥା ନାହିଁ  ବୋଲି ସେ କହିଛନ୍ତି।