ଶ୍ରୀମନ୍ଦିର ସମସ୍ତ ସେବକ ମାନଙ୍କୁ ସ୍ବାସ୍ଥ୍ୟ ବୀମା ସୁବିଧା

ପୁରୀ, ୨୫/୪: ରାଜ୍ୟରେ ଏବେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା। ଏହାରିମଧ୍ୟରେ ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ମନ୍ଦିର ସହ ସଂପୃକ୍ତ ସମସ୍ତ ସେବକ ମାନଙ୍କୁ ସ୍ବାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦେବା ପାଇଁ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କୁ ନିଯୁକ୍ତ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ୍ କୁମାର ଙ୍କ ଅଧ୍ୟକ୍ଷତାରେ ବସିଥିବା ଆଜିର ବୈଠକରେ ଏହା ଚୂଡ଼ାନ୍ତ ହୋଇଛି। ଏହି ଅନୁମୋଦିତ ବୀମା ଯୋଜନା ଦ୍ବାରା ପ୍ରାୟ ୨୫୦୦ ସେବକ ପରିବାର ସ୍ବାସ୍ଥ୍ୟ ବୀମା ସୁବିଧା ପାଇବେ ।