ଅଷ୍ଟ୍ରେଲୀୟ କ୍ରିକେଟର ସେନ ଓ୍ବର୍ଣ୍ଣଙ୍କ ପରଲୋକ

ନୂଆଦିଲ୍ଲୀ, ୪/୩: ଜଣାଶୁଣା ଅଷ୍ଟ୍ରେଲୀୟ କ୍ରିକେଟର ସେନ ଓ୍ବର୍ଣ୍ଣଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ତାଙ୍କର ଥାଇଲାଣ୍ଡରେ ପରଲୋକ ହୋଇଥିବା ନେଇ ସୂଚନା ମିଳିଛି। ହୃଦଘାତରେ ସେନ ଓ୍ବର୍ଣ୍ଣଙ୍କ ପରଲୋକ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଯାଦୁକରୀ ସ୍ପିନ୍ ବୋଲିଂ ପାଇଁ ବିଖ୍ୟାତ ଥିଲେ ସେନ ଓ୍ବର୍ଣ୍ଣ।ଟେଷ୍ଟରେ ନେଇଛନ୍ତି ଦ୍ବିତୀୟ ସର୍ବାଧିକ ୭୦୮ଟି ୱିକେଟ୍ । ସେହିପରି ଏକଦିବସୀୟ ମ୍ୟାଚରେ ନେଇଛନ୍ତି ୨୯୩ଟି ୱିକେଟ୍ ।