ସମୁଦ୍ରରେ ସ୍କୁବା ଡ୍ରାଇଭିଂ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪/୧: ଲାକ୍ଷାଦ୍ୱୀପରେ ସମୁଦ୍ରରେ ସ୍କୁବା ଡ୍ରାଇଭିଂ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋଶିଆଲ ମିଡିଆରେ ସେ ଏସବୁ ମୂହୁର୍ତର ଫଟୋ ଓ ଭିଡ଼ିଓକୁ ନିଜ ସୋସିଆଲ ମିଡିଆ ଆକାଉଁଟ ଏକ୍ସରେ ସେୟାର କରିଥିବା ଦେଖିବାକୁ ମିଳିଛି । ଲାକ୍ଷାଦ୍ୱୀପର ଶାନ୍ତି ତାଙ୍କୁ ମନ୍ତ୍ରମୁଗ୍ଧ କରିଛି । ୧୪୦ କୋଟି ଭାରତୀୟଙ୍କର କଲ୍ୟାଣ କରିବା ପାଇଁ ଆହୁରି ଅଧିକ ପରିଶ୍ରମ କେମିତି କରାଯାଇପାରିବ ସେନେଇ ପ୍ରେରଣା ପାଇଥିବା ପ୍ରଧାନମନ୍ତ୍ରୀ ନିଜ କ୍ୟାପସନରେ ଉଲ୍ଲେଖ କରିଛନ୍ତି । ଲକ୍ଷଦ୍ୱୀପରେ ଏଥିସହ ୧୧ ଶହ ୪୦ କୋଟିର ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।