ଆଜିଠାରୁ ରାଜ୍ୟରେ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ

ଭୁବନେଶ୍ୱର,୨୮/୨: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ କୌଣସି ସ୍କୁଲ ଓ କଲେଜ ଖୋଲି ପାରୁନଥିଲା। ଏବେ ଟିକେ ସ୍ଥିତି ସୁଧୁରିବା ପରେ ଆଜିଠାରୁ ରାଜ୍ୟରେ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ ପଢ଼ାପଢା । ତେବେ ସପ୍ତାହ ସାରା କେବଳ ଆକ୍ଟିଭିଟି କରାଯିବ କିନ୍ତ୍ତୁ ପାଠ ପଢ଼ାଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଅନ୍ୟପଟେ ସେ ଏହା ମଧ୍ୟ କହିଛନ୍ତି ଯେ ପିଲାମାନେ ଦୁଇ ବର୍ଷ ହେବ ସ୍କୁଲରେ ପାଠ ପଢି ନାହାଁନ୍ତି । ତେଣୁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ମିଶ୍ରଣ କରାଯିବ। ଯାହାଫଳରେ ପିଲାମାନେ ପଛେଇ ଯିବେ ନାହିଁ । ଦଶମ ଦ୍ୱାଦଶ ପରୀକ୍ଷା ନେଇ ସମୀକ୍ଷା କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଭିନ୍ନ ଷ୍ଟେଟ ହୋଲ୍‌ଡରଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।