ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ବଦଳିଲା ସ୍କୁଲ ସମୟ

ଭୁବନେଶ୍ୱର,୩୧/୦୩: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲର ସମୟରେ ପରିବର୍ତ୍ତନ କରାଯାଇଛି। ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ଆସିବେ ଛାତ୍ରଛାତ୍ରୀ । ସକାଳ ୭ଟାରୁ ସାଢ଼େ ୧୧ଟା ଯାଏ ପାଠପଢ଼ା ହେବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଏହି ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଗରମକୁ ଦୃଷ୍ଟିରେ ରଖି ସ୍କୁଲରେ ଶୁଦ୍ଧ ପାନୀୟ ଜଳ ସହ ଓଆରଏସ ପ୍ୟାକେଟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଣିପାଗର ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଡ଼ିଲେ ସ୍କୁଲର ସମୟ ପରିବର୍ତନ କରିପାରିବେ ଜିଲ୍ଲାପାଳ ।