ପୁଣିଥରେ ସ୍କୁଲ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର, ୨/୩: ରାଜ୍ୟରେ ଏବେ ତାତି ଖରାକୁ ଅସହାୟ ଗରମ ହଉଛି। ଏନେଇ ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ସ୍କୁଲ ସମୟ ପରିବର୍ତନ କରାଯାଇଛି। ରାଜ୍ୟରେ ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ଓ ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ଯାଏ ସ୍କୁଲ ହେବ। ପୂର୍ବରୁ ଦଶମରୁ ଦ୍ବାଦଶ ପିଲାଙ୍କ ପାଇଁ ୯ରୁ ୧ଟା ସ୍କୁଲ ସମୟ ଥିଲା।  ସ୍କୁଲ ସମୟ ବଦଳିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।