ଶିକ୍ଷାନୁଷ୍ଠାନରେ ପାଠପଢା ସମୟ ସ୍ଥିର କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର, ୪/୨: ରାଜ୍ୟରେ କଁ ରୋନା ସଂକ୍ରମଣ ଯୋଗୁ ସ୍କୁଲ ଓ କଲେଜ ବନ୍ଦ ଥିଲା। ଏବେ ସଂକ୍ରମଣ କମିବା ପରେ ସ୍କୁଲ ଖୋଲିବା ନେଇ ନିଷ୍ପତି ନିଆଯାଇଛି। ଏହାସହ କେତେ ସମୟ ସ୍କୁଲରେ ପାଠପଢା ହେବ ସେନେଇ ସମୟ ସ୍ଥିର ହୋଇଛି।  ସମୟ ସ୍ଥିର କରିିିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ।ଦିନ ୧୦ରୁ ୧ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢା ହେବ। ଦିନ ୧୦ରୁ ୪ଟା ପର୍ଯ୍ୟନ୍ତ ନବମରୁ ଦ୍ବାଦଶ ଶ୍ରେଣୀ ପାଠପଢା ହେବା  ନେଇ ସୂଚନା ରହିଛି। ସୂଚନାଯୋଗ୍ୟ ଯେ ଆସନ୍ତା ୭ ଓ ୧୪ରୁ  ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବ।