ଅସହ୍ୟ ଖରା ପାଇଁ ୪ଜିଲ୍ଲାରେ ବଦଳିଲା ସ୍କୁଲ ସମୟ

ଭୁବନେଶ୍ୱର, ୬/୦୪: ରାଜ୍ୟରେ ଅସମ୍ଭାଳ ତାତିକୁ ଗରମ । ଏହାସହ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଜି ବି ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଅଛି । ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ଅନୁଗୁଳ, ସୁନ୍ଦରଗଡ, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲାରେ ସ୍କୁଲ ସମୟ ବଦଳିଛି । ଏଠାରେ ସକାଳ ୬.୩୦ରୁ ସାଢେ ୧୦ଟା ଯାଏଁ ଚାଲିବ ପାଠପଢା । ଏ ନେଇ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି। ପୂର୍ବରୁ ସକାଳ ୭ଟାରୁ ଦିନ ସାଢେ ୧୧ଟା ଯାଏଁ ପାଠପଢା ହେଉଥିଲା ।