ଆଜିଠୁ ରାଜ୍ୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିଲା ସ୍କୁଲ

ଭୁବନେଶ୍ୱର, ୧୫/୧୧: ରାଜ୍ୟରେ କୋଭିଡ ସଂକ୍ରମଣ ଯୋଗୁ ପିଲାଙ୍କ ପାଠପଢ଼ା ଉପରେ ବେଶ ପ୍ରଭାବ ପକାଇଛି। ଏହାରିମଧ୍ୟରେ ଏବେ ଟିକେ କରୋନା ସଂକ୍ରମଣ କମିବାରେ  ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲାଯାଉଛି। ଆଗରୁ ଅଷ୍ଟମ, ନବମ, ଦଶମ ଓ ଏକାଦଶ ପାଇଁ ସ୍କୁଲ ଓ ଶ୍ରେଣୀ ଗୃହରେ ପାଠ ପଢା ହେବା ନେଇ ଅନୁମତି ମିଳିଥିଲା। ସେହିପରି ଆଜିଠୁ ରାଜ୍ୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ  ସ୍କୁଲ ଖୋଲିଛି। କୋଭିଡ ଗାଇଡଲାଇନ୍‌ ପାଳନ କରି  ଅଫ୍‌ଲାଇନ ପାଠପଢ଼ା ହେବ। ୨୦ ମାସ ପରେ ପ୍ରଥମ ଥର ପାଇଁ ସ୍କୁଲ ଆସିଲେ ଛାତ୍ରଛାତ୍ରୀ।