ନଭେମ୍ବର ମାସରେ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୬/୧୧(ଦି ପ୍ରଗତି ନ୍ୟୁଜ୍): ନଭେମ୍ବର ମାସରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ନିର୍ଦେଶ ଯାଏ ସ୍କୁଲ ବନ୍ଦ ରହିବ। କେବେ ସ୍କୁଲ ଖୋଲିବ ବିଭାଗ ପକ୍ଷରୁ ଜଣାଇ ଦିଆଯିବ । କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଉଲ୍ଲେଖଯୋଗ୍ୟ  ଯେ ପୂର୍ବରୁ ନଭେମ୍ବରରେ ସ୍କୁଲ ଖୋଲିବା ନେଇ ଘୋଷଣା ହୋଇଥିଲା। ଆନ୍ଧ୍ରରେ ନଭେମ୍ବର ୨ରୁ ନବମ ଓ ଦଶମ ଶ୍ରେଣୀ ପାଇଁ ସ୍କୁଲ ଖୋଲିଛି। ସ୍କୁଲ ଖୋଲିବାର ୩ ଦିନ ଭିତରେ ୨୬୨ ଛାତ୍ର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ସବୁ ପରିସ୍ଥିତି କୁ ଦୃଷ୍ଟିରେ ରାଜ୍ୟରେ ସ୍କୁଲ ଖୋଲିବା  ନିଷ୍ପତିକୁ ସ୍ଥଗିତ ରଖାଯାଇଛି।