ଆସନ୍ତାକାଲିଠାରୁ ଖୋଲିବ ସ୍କୁଲ, ସକାଳ ସାଢ଼େ ୬ଟାରୁ ୧୧ଟା ଯାଏଁ ପଢ଼ାଯିବ ପାଠ

ଭୁବନେଶ୍ୱର,୧୬/୦୪: ଆସନ୍ତାକାଲିଠାରୁ ପୁଣି ଥରେ ସ୍କୁଲ ଖୋଲିବ । କିନ୍ତୁ ସକାଳ ସାଢ଼େ ୬ଟାରୁ ୧୧ଟା ଯାଏଁ ସ୍କୁଲ ଚାଲିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସକାଳୁଆ ସ୍କୁଲ ନେଇ ଆଜି ସୂଚନା ଦିଆଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦେଖି ନିଜ ନିଜ ଜିଲ୍ଲାର ସ୍କୁଲର ସମୟ ପରିବର୍ତନ ନେଇ ନିଷ୍ପତି ନେଇପାରିବେ ଜିଲ୍ଲାପାଳ । ସେହିପରି ବିଦ୍ୟାଳୟ ଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ପାଇଁ ସମସ୍ତ ସ୍କୁଲ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରୁ ରଖି ସ୍କୁଲକୁ ବନ୍ଦ ରଖାଯାଇଥିଲା । ଏପ୍ରିଲ ୧୩ ତାରିଖରୁ ୧୬ ତାରିଖ ଯାଏଁ ସ୍କୁଲ ବନ୍ଦ ଥିଲା ।