ସ୍କୁଲ ଖୋଲିବା ନିଷ୍ପତ୍ତିର ପୁନର୍ବିଚାର କରିପାରନ୍ତି ରାଜ୍ୟ ସରକାର

ଭୁବନେଶ୍ୱର, ୨୯/୧୨: ସ୍କୁଲ ଖୋଲିବା ନିଷ୍ପତ୍ତିର ପୁନର୍ବିଚାର କରିପାରନ୍ତି ରାଜ୍ୟ ସରକାର। ବର୍ତ୍ତମାନର ସଂକ୍ରମଣ ସ୍ଥିତିକୁ ଦେଖି ସ୍କୁୁୁଲ ନିଷ୍ପତ୍ତି ବଦଳିପାରେ। ଏନେଇ ସଂକେତ ଦେଇଛନ୍ତି DMET ରମାରମଣ ମହାନ୍ତି। ସୂଚନାଯୋଗ୍ୟ ଯେ ଜାନୁୟାରୀ ୩ ତାରିଖରୁ ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ ସମେଟିଭ-୧ ପରୀକ୍ଷା ହେବାର ଅଛି,କେବଳ ସେହି ବିଦ୍ୟାଳୟ ଗୁଡ଼ିକୁ ୧୦ ଜାନୁୟାରୀ ଠାରୁ ଖୋଲିବା ପାଇଁ ନିଷ୍ପତ୍ତି  ନିଆଯାଇଛି। ଏନେଇ ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଘୋଷଣା କରିଥିଲେ।