ଆସନ୍ତାକାଲିଠୁ ତେଲଙ୍ଗାନାରେ ସ୍କୁଲ-କଲେଜ ବନ୍ଦ

ନୂଆଦିଲ୍ଲୀ, ୨୩/୩: ଦେଶରେ ଏବେ ଦିନକୁ ଦିନ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାରେ ଲାଗିଲାଣି। ତେଣୁ ସବୁ ପରିସ୍ଥିତି କୁ ଦୃଷ୍ଟି ରେ ରଖି ତେଲଙ୍ଗାନା ସରକାର ଏକ  ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଠାରେ ଆସନ୍ତାକାଲିଠୁ  ସ୍କୁଲ-କଲେଜ ବନ୍ଦ ରହିବ। ତେଲଙ୍ଗାନାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।