ଶିଶୁ ଦିବସରେ ୧୩୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪/୧୧: ଶିଶୁ ଦିବସରେ ୧୩୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫-ଟି କାର୍ଯ୍ୟକ୍ରମରେ ରାଜ୍ୟର ୩୦ ଜିଲ୍ଲାର ୧୦୭୫ଟି ସ୍କୁଲରୁ ୧୩୮ଟି ରୂପାନ୍ତରିତ କାର୍ଯ୍ୟ ଶେଷ ହୋଇଛି। ଶେଷ ହୋଇଥିବା ୧୩୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପଣ କରାଯାଇଛି । ବୌଦ୍ଧ, ସୋନପୁର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ୧୩୮ଟି ସ୍କୁଲ ରୂପାନ୍ତରିତ ହୋଇ ଲୋକାର୍ପଣ କରାଯାଇଛି । କେବଳ କେନ୍ଦୁଝରରେ ୧୦୦, ବୌଦ୍ଧ ୧୦, ସୋନପୁର ୧୧, ଭଦ୍ରକ ୧୭ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଛି । ୭ ଦିନ ଧରି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କାର୍ଯ୍ୟକ୍ରମ ଚାଲିବ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେଇ କହିଛନ୍ତି ଯେ ଶିକ୍ଷା ହେଉଛି ରୂପାନ୍ତରର ପ୍ରଥମ ପାହାଚ । ଶିକ୍ଷା ବିକାଶ କ୍ଷେତ୍ରରେ ରାଜ୍ୟରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି । ଶିକ୍ଷା ଭିତ୍ତିଭୂମିର ରୂପାନ୍ତର ପିଲାମାନଙ୍କ ମନରେ ଉତ୍ସାହ ଭରି ଦେଇଛି ।