ଗ୍ରୀଷ୍ମ ତାଣ୍ଡବ: ପୁଣି ଆଗାମୀ ଦୁଇ ଦିନ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର,୧୮/୪: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ତାଣ୍ଡବ। ତେଣୁ ରାଜ୍ୟରେ ଆଗାମୀ ଦୁଇ ଦିନ ଅର୍ଥାତ ୧୯ ଓ ୨୦ ତାରିଖରେ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡି । ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ଗ୍ରୀଷ୍ମ ପ୍ରବହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ସୂଚନାଯୋଗ୍ୟ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ଆଗାମୀ ଦୁଇ ଦିନ ବି ଗ୍ରୀଷ୍ମ ପ୍ରବାହ ଜାରି ରହିବା ସୂଚନା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ଆଗରୁ ମଧ୍ୟ ୫ଦିନ ସ୍କୁଲ ବନ୍ଦ ଥିବା ବେଳେ ସୋମବାର ସ୍କୁଲ ଖୋଲା ଯାଇଥିଲା।