ମାଡି ଆସୁଛି ବାତ୍ୟା ଜୱାଦ, ଆସନ୍ତାକାଲି ୧୯ ଜିଲ୍ଲାରେ ବନ୍ଦ ରହିବ ସବୁ ସ୍କୁଲ

ଭୁବନେଶ୍ୱର, ୩/୧୨: ଅତି ଭୟଙ୍କର ଭାବେ ମାଡି ଆସୁଥିବା ସାମୁଦ୍ରିକ ଝଡ ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଆସନ୍ତାକାଲି ୧୯ ଜିଲ୍ଲାରେ ସବୁ ସ୍କୁଲ ବନ୍ଦ ରହିବ। ପୂର୍ବରୁ ନିର୍ଦ୍ଧାରିତ ହୋଇ ସାରିଥିଲେ ପରୀକ୍ଷା କରିବାକୁ ଅନୁମତି ମିଳିବ । ପରୀକ୍ଷା ବେଳେ ପ୍ରତିଷେଧକ ଉପାୟ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଛୁଟି ଥିଲେ ବି ସ୍କୁଲକୁ ଶିକ୍ଷକ ଓ ଅନ୍ୟ କର୍ମଚାରୀ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ବନ୍ଦ ରହିବାକୁ ଥିବା ୧୯ ଜିଲ୍ଲା ଗୁଡିକ ହେଉଛି ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, କୋରାପୁଟ, ରାୟଗଡ଼ା, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, ମାଲକାନଗିରି ଓ ମୟୂରଭଞ୍ଜ।