ନ୍ୟୁୟର୍କରେ ଦୀପାବଳିରେ ଛୁଟି ରହିବ ସ୍କୁଲ !

ନୂଆଦିଲ୍ଲୀ,୧୯/୦୬: ନ୍ୟୁୟର୍କରେ ଦୀପାବଳିରେ ସ୍କୁଲ ଛୁଟି ରହିବ । ଏନେଇ ନ୍ୟୁୟର୍କ ରାଜ୍ୟ ବିଧାନସଭାରେ ଏକ ବିଲ୍ ଗୃହୀତ ହୋଇଛି । ନ୍ୟୁୟର୍କ ରାଜ୍ୟ ବିଧାନସଭା ଗତ ସପ୍ତାହରେ ଏହି ବିଲ୍ ଆଗତ ହୋଇଥିଲା ।

ଗତ ସପ୍ତାହରେ ଅଧିବେଶନ ଶେଷ ହେବା ପୂର୍ବରୁ ଉଭୟ ସିନେଟ୍ ଓ ବିଧାନସଭାରେ ମତଦାନ ହୋଇଥିଲା। ଏବେ ଏହି ସଂକ୍ରାନ୍ତରେ ଆଇନ ପ୍ରଣୟନ ପାଇଁ ଗଭର୍ଣ୍ଣର କ୍ୟାଥି ହୋଚୁଲଙ୍କ ନିକଟକୁ ବିଲ୍ ପଠାଯାଇଛି । ଗଭର୍ଣ୍ଣରଙ୍କ ସ୍ବାକ୍ଷର ପରେ ଏହା କାର୍ଯ୍ୟକାରୀ ହେବ।