ପ୍ରବଳ ବର୍ଷା ନେଇ ଆଜି ୫ଟି ଜିଲ୍ଲାରେ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୬/୧୦: ରାଜ୍ୟର ଆଜି ୫ଟି ଜିଲ୍ଲାରେ ସ୍କୁଲ ବନ୍ଦ ରହିବ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ସ୍କୁଲ ଛୁଟି ରହିବ। ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ଏନେଇ ଘୋଷଣା କରିଛନ୍ତି । ବାତ୍ୟା ‘ଦାନା’ ପ୍ରଭାବରେ ଜାରି ରହିଛି ବର୍ଷା । ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକରେ ଏବେବି ବିପନ୍ନ ମାନେ ଆଶ୍ରୟ ନେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡିକୁ ଛୁଟି ଘୋଷଣା କରାଯାଇଛି । ଗତକାଲି ଦିନ ତମାମ ଏସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ଘଣ୍ଟା ପିଛା ୧୦୦କିମି ଥିବାରୁ ଫସଲ ହାନୀ ହେବା ସହିତ ରାସ୍ତାଉପରେ ଗଛ ପଡ଼ିବାରୁ ଲୋକଙ୍କର ଯାତାୟତ ବାଧାପ୍ରାପ୍ତ ହୋଇଛନ୍ତି । ସେହିପରି ବର୍ଷା ଯୋଗୁଁ ସ୍କୁଲପିଲାମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *