ଆସନ୍ତା କାଲି ରାଜ୍ୟରେ ସବୁ ସ୍କୁଲ ବନ୍ଦ

ଭୁବନେଶ୍ୱର, ୧୪/୨:ଆସନ୍ତା କାଲି ରାଜ୍ୟରେ ସବୁ ସ୍କୁଲ ବନ୍ଦ ରହିିିିବ। କଂଗ୍ରେସର ବନ୍ଦ ଡାକରା ଦୃଷ୍ଟିରୁ କାଲି ରାଜ୍ୟରେ ସବୁ ସ୍କୁଲ ବନ୍ଦ ରହିବ। ଆସନ୍ତାକାଲି ସ୍କୁଲ ବନ୍ଦ ରହିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ସରସ୍ବତୀ ପୂଜାରେ ମଧ୍ୟ ସ୍କୁଲ ବନ୍ଦ ରହିବ କହିଛନ୍ତି ସମୀର ଦାଶ ।

ଉଲ୍ଲେଖଯୋଗ୍ୟ ଯେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଅର୍ଥାତ ୬ ଘଣ୍ଟା ଯାଏ ବନ୍ଦ ଡାକରା ଦେଇଛି କଂଗ୍ରେସ ।