ଓଲିଟିଲା ସ୍କୁଲ ବସ୍; ଶିକ୍ଷକ ମୃତ, ୨୦ଜଣ ଛାତ୍ରଛାତ୍ରୀ ଆହତ

ଭୁବନେଶ୍ୱର,୨୭/୦୯: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରେ ଅବହବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଘାଟିରୁ ଓଲିଟିଲା ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସ୍କୁଲ ବସ୍ । ଦୁର୍ଘଟଣାରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ମୃତ ଶିକ୍ଷକ ହେଲେ ଉମରକୋଟ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ଖେଳ ଶିକ୍ଷକ ପ୍ରଭାସ ଜେନା । ଆହତ ଛାତ୍ରଛାତ୍ରୀଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜିଲ୍ଲାସ୍ତରୀୟ କ୍ରୀଡ଼ାରେ ଯୋଗ ଦେବାକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଉମରକୋଟରୁ ଚନ୍ଦାହାଣ୍ଡି ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବସ୍ । ସୂଚନାଯୋଗ୍ୟ ଯେ ବସରେ ୪୦ ଅଧିକ ଛାତ୍ରଛାତ୍ରୀ ଥିଲେ ।