ସ୍କୁଲ ବସରେ ଭୟଙ୍କର ଅଗ୍ନିକାଣ୍ଡ, ୨୫ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ,୧/୧୦: ବ୍ୟାଙ୍କଙ୍କ ଉପକଣ୍ଠରେ ଭୟଙ୍କର ଘଟଣା ଘଟିଛି। ସ୍କୁଲ ପିଲା ଓ ଶିକ୍ଷକମାନଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ରେ ଲାଗିଛି ଭୟଙ୍କର ନିଆଁ। ଅଗ୍ନିକାଣ୍ଡରେ ବସ୍‌ଟି ସଂପୂର୍ଣ୍ଣ ପୋଡ଼ିଜଳି ପାଉଁଶ ହୋଇଯାଇଥିବା ବେଳେ ଏଥିରେ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବସ୍‌ରେ ଶିକ୍ଷକ ଓ ସ୍କୁଲ ପିଲାଙ୍କୁ ମିଶାଇ ମୋଟ ୪୪ ଜଣ ରହିଥିଲେ। ସମସ୍ତେ କେନ୍ଦ୍ରୀୟ ଉଥାଇ ଥାନି ପ୍ରଦେଶରୁ ବୁଲିବା ପାଇଁ ଆୟୁଥାୟା ଯାଉଥିଲେ। କିନ୍ତୁ ମଧ୍ୟାହ୍ନ ସମୟରେ ବସ୍‌ଟି ପାଥୁମ ଥାନି ପାଖରେ ଥିବା ବେଳେ ଘଟିଥିଲା ଏହି ଅଘଟଣ। ହଠାତ୍‌ ଚଳନ୍ତା ବସ୍‌ରେ ଲାଗି ଯାଇଥିଲା ନିଆଁ। ୨୫ ଜଣ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ଅନ୍ୟମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *