ସ୍କୁଲ ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ,୨୦/୭: ରାଜଧାନୀ ଦିଲ୍ଲୀରେ ରୋହିଣୀ ଅଞ୍ଚଳରେ ବଡ ଦୁର୍ଘଟଣା ଘଟିଛି । ଏଥିରେ ଅନେକ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ରୋହିଣୀ ଅଞ୍ଚଳର ସେକ୍ଟର-୭ରେ ଏକ ବେସରକାରୀ ସ୍କୁଲ ବାଲଭାରତୀର ବସରେ ଅଚାନକ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ପୂରା ବସରେ ନିଆଁ ବ୍ୟାପିଯାଇଥିଲା । ବସରେ ୨୧ ଜଣ ସ୍କୁଲ ପିଲା ବସିଥିବା ବେଳେ ସମସ୍ତଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଛି । ଦମକଳବାହିନୀ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦୁଇଟି ଗାଡି ସେଠାରେ ପହଞ୍ଚି ନିଆଁକୁ ଆୟତ୍ତକୁ ଆଣିଛନ୍ତି । ସୂଚନାଯୋଗ୍ୟ ଯେ ଏହାର ପ୍ରଭାବରେ ପାଖରେ ଥିବା ୩ଟି ଗାଡି ମଧ୍ୟ ପ୍ରଭାବିତ ହୋଇଛି ।